ନ୍ୟୁଜ୍
ମଧ୍ୟ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ପ୍ରତ୍ୟକ ୱାର୍ଡ ରେ ଦୀପ ପ୍ରଜ୍ଜ୍ଵଳନ ସହ ନିରବ ପାର୍ଥନା l


ସତ୍ୟଶିଖା ୨୩ . ୦୮.୨୦୨୦ : ଆଜି ଈଶ୍ୱରଙ୍କ ନିକଟରେ ଜଣେ ସାଧାରଣ ଲୋକଙ୍କ ନେତା ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କ ଆରୋଗ୍ୟ କାମନା ନିମନ୍ତେ ୱାର୍ଡ ନଂ- ୩୭ ଓ ୩୯ ବାସିନ୍ଦାଙ୍କ ତରଫରୁ ଦୀପ ପ୍ରଜ୍ଜ୍ଵଳନ କରାଯାଇଅଛି l ଉକ୍ତ କାର୍ଯ୍ୟରେ ମହାବୀର ସଂଗଠନ ଓ କଳିଙ୍ଗ କ୍ରୀଡା ପରିଷଦର ସମସ୍ତ ସଦସ୍ୟ ଓ ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ନିଖିଳ କୁମାର ବଳବନ୍ତରାୟ, ବିଶିଷ୍ଠ ସମାଜସେବୀ ବଦ୍ରି ନାରାୟଣ ମିଶ୍ର, ମିଲନ କୁମାର ପାଇକରାୟ,ଅର୍ଜୁନ ବେହେରା,ଶୁଭେନ୍ଦୁ ନାୟକ,ପ୍ରଭୁଦତ୍ତ ସାମଲ,ଅନୁଜ ଚନ୍ଦନ ନାୟକ,ସମିରଣ ଦାସ,ନିହାର ରଞ୍ଜନ ମହାପାତ୍ର,ରବିନାରାୟଣ ବେହେରା,ସର୍ବେଶ୍ୱର ବେହେରା ଙ୍କ ସମେତେ ବରିଷ୍ଠ ବୁଦ୍ଧିଜୀବୀ ଗଣ,ମହିଳା,ଯୁବ ଓ ଛାତ୍ର ସମସ୍ତେ ଏକ ହୋଇ ଈଶ୍ୱର ଙ୍କ ନିକଟରେ ଦୀପ ପ୍ରଜ୍ଜ୍ଵଳନ କରି ତୁରନ୍ତ ସୁସ୍ଥ ହୋଇ ପୁନର୍ବାର ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରାଇବା ପାଇ ସମୂହ ପାର୍ଥନା କରିଥିଲେ l