

ସତ୍ୟଶିଖା( ମୁମ୍ଵାଇ )୦୧.୦୯ . ୨୦୨୨: ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଅଲ୍ଲୁ ତାଙ୍କ ‘ପୁଷ୍ପା’ ଫିଲ୍ମରୁ ଅଧିକ ଲୋକପ୍ରିୟତା ପାଇଛନ୍ତି । ଏମିତିରେ ତାଙ୍କ ଫିଲ୍ମରେ ଦକ୍ଷ ଅଭିନୟ ଏବଂ ଲୁକ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ନିକଟରେ ତାଙ୍କ ବନ୍ଧୁ ଧନୁଷଙ୍କ ହଲିଉଡ୍ ଏଣ୍ଟ୍ରି କରିଥିବାର ଦେଖିବାକୁ ମିଳିଥିଲା। ଧନୁଷଙ୍କ ପରି ହଲିଉଡରେ ପାଦ ଦେବା ନେଇ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଅଲୁ।
ପିଙ୍କଭିଲ୍ଲା ରିପୋର୍ଟରେ ଦର୍ଶାଯାଇଛି ଇନଷ୍ଟାଗ୍ରାମରେ ଅଲୁ ଅର୍ଜୁନ ଏକ ଫଟୋ ସେୟାର କରିଛନ୍ତ। ଯେଉଁଥିରେ ସେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଠିଆ ହୋଇଥିବାର ନଜର ଆସିଛନ୍ତି। ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ବକ୍ସ ଅଫିସରେ ହିଟ୍ ହେବା ପରଠାରୁ ତାଙ୍କ ହାତରେ ଗୁଡାଏ ପ୍ରୋଜେକ୍ଟ ଅଛି । କେବଳ ଏତିକି ନୁହେଁ ସେ ଷ୍ଟୁଡିଓରେ ଲଗାତାର ମିଟିଂ କରୁଛନ୍ତି। କିନ୍ତୁ ଲାଗୁଛି କି ସେ ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ଯେ ସେ ବୋଧ ହୁଏ ହଲିଉଡରେ ପ୍ରବେଶ କରିବେ। ମାର୍ବଲ ବା ଡିସିରେ କରିପାରନ୍ତି ଏଣ୍ଟ୍ରି। ଖବର ଅନୁଯାୟୀ, ନ୍ୟୁୟର୍କର ଇଣ୍ଡିଆ ଡେ ପ୍ୟାରେଡରେ ଅଲୁ ଅର୍ଜୁନ ଅନେକ ବଡ କଳାକାରଙ୍କୁ ଭେଟିଛନ୍ତି।
ଏହା ବ୍ୟତୀତ ଅଲୁ ଅର୍ଜୁନ ଫିଲ୍ମ ‘ପୁଷ୍ପା: ଦି ରୁଲ୍’ର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି। ନିର୍ମାତାମାନେ ଏପର୍ଯ୍ୟନ୍ତ ‘ପୁଷ୍ପା: ଦି ରୁଲ୍’ର ରିଲିଜ୍ ତାରିଖ ଘୋଷଣା କରି ନାହାଁନ୍ତି, କିନ୍ତୁ ବିଜନେସ୍ ଟୁଡେରେ ପ୍ରକାଶିତ ଏକ ରିପୋର୍ଟରେ ନିର୍ମାତା କହିଛନ୍ତି ଯେ ସେମାନେ ଅଗଷ୍ଟ ୨୦୨୩ ସୁଦ୍ଧା ଫିଲ୍ମ ମୁକ୍ତିଲାଭ କରିବାକୁ ଚାହୁଁଛନ୍ତି।