ସତ୍ୟଶିଖା (ଲକ୍ଷ୍ମୌ) ୧୪/୧୦/୨୦୨୦ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ଓରଫ କୃଷ୍ଣପାଳ ସିଂହଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ନିଜ ବୟାନରୁ ଏବେ ଓହରିଛନ୍ତି । ଅର୍ଥାତ୍ ସେ ଦେଇଥିବା ବୟାନକୁ ଏବେ ଅସ୍ଵୀକାର କରୁଛନ୍ତି । ସରକାରୀ ଓକିଲଙ୍କ ଅନୁସାରେ ଅକ୍ଟୋବର ୯ ତାରିଖରେ ଏହି ମାମଲାର ସାକ୍ଷ୍ୟରେ ଛାତ୍ରୀ ଜାଣିଶୁଣି ନିଜ ବୟାନ ବଦଳାଇ ଦେଇଛନ୍ତି । ଓକିଲଙ୍କ କହିବା କଥା ଅଭିଯୁକ୍ତଙ୍କ ସହ ସେ ବୁଝାମଣା କରି ନେଇଛି । ଏବେ ଛାତ୍ରୀଙ୍କ ବିରୋଧରେ ସରକାରୀ ଓକିଲ ସିଆରପିସି ଧାରା ୩୪୦ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ତେବେ ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୧୫ରେ ହେବ ।
ଯୌନଶୋଷଣ ଅଭିଯୋଗ ବଦଳାଇଲେ ଆଇନ ଛାତ୍ରୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ନାଁରେ
