ନ୍ୟୁଜ୍ରାଜ୍ୟ

ଶ୍ରୀମନ୍ଦିରରେ ନାବାଳିକାଙ୍କ ସହ ଅସଦାଚାରଣ ଅଭିଯୋଗ

ସତ୍ୟଶିଖା ( ପୁରୀ )୦୯/୧୦ /୨୦୨୧: ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ । ଶ୍ରୀମନ୍ଦିର ସ୍ଥିତ ବାମନ ମନ୍ଦିର ପରିସରରେ ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି । ସିଂହଦ୍ବାର ଥାନାରେ ଏନେଇ ଏତଲା ହୋଇଛି । ପୋଲିସ ପୋକ୍ସୋ ଆକ୍ଟ ବଳରେ ମାମଲା ରୁଜୁ କରିଛି । ମାମଲାରେ ଜଣେ ପୂଜକଙ୍କୁ ଅଟକ ରଖି ପୋଲିସ ଜେରା କରୁଛି ।

ଶୁକ୍ରବାର ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଏଭଳି ଘଟିଛି । ପୁରୀ ବାହାରର ଜଣେ ଶ୍ରଦ୍ଧାଳୁଙ୍କ ସହ ନାବାଳିକାଟି ଶ୍ରୀମନ୍ଦିର ଆସିଥିଲା । ବାମନ ମନ୍ଦିରରେ ପୂଜକ ଜଣଙ୍କ ଶିଶୁକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଶିଶୁଟି ଯାହା ସହ ଆସିଥିଲେ ସେ ଏନେଇ ସିଂହଦ୍ବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପୂଜକକୁ ଅଟକ ରଖିଛି । ଘଟଣା ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Show More
Back to top button