ସତ୍ୟଶିଖା (ମୁମ୍ବାଇ) ୧୫/୦୧/୨୦୨୧ : ମୁମ୍ବାଇର ପ୍ରଚ୍ଛଦପଟ୍ଟ ଗାୟିକା ରେଣୁ ଶର୍ମା ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଗାୟିକା ଜଣଙ୍କ ଟ୍ୱିଟ୍ କରି ଏହା କହିବା ସହ ପୋଲିସରେ ମଧ୍ୟଏତଲା ଦେଇଥିବା ଉଲ୍ଲେଖ କରିଛନ୍ତି । ପୋଲିସ କମିଶନରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବବାଦରେ ସେ ପ୍ରକାଶ କରିଛନ୍ତି । ଏହି ମାମଲାରେ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
