ନ୍ୟୁଜ୍ରାଜନୀତି

ବିଜେଡି ର ଭୁବନେଶ୍ୱର ଜିଲ୍ଲା ସଭାପତି ଘୋଷଣା l

ସତ୍ୟଶିଖା : ବହୁ କଳ୍ପନା ଜଳ୍ପନା ପରେ ଘୋଷଣା ହେଲା ବିଜୁ ଜନତା ଦଳ ଭୁବନେଶ୍ୱର ଜିଲ୍ଲା ସଭାପତି l ମାନ୍ୟବର ମୁଖ୍ୟମନ୍ତ୍ରୀ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଜିଲ୍ଲା ସଭାପତି ଭାବେ ଆସ୍ଥା ପ୍ରକଟ କରିଛନ୍ତି । ସେହିପରି ଲିଟୁ ଓରଫ ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ମନୋନିତ କରିଛନ୍ତି । ଦଳ ପକ୍ଷରୁ ଦୁଇ ଜଣଙ୍କ ନାଁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଅଛି । ଭୁବନେଶ୍ୱର ଜିଲ୍ଲା ସଭାପତି ଥିବା ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦଳର ସାଧାରଣ ସଂପାଦକ ଦାଇତ୍ୱ ମିଳିବା ପରେ ଦଳର ନିୟମ ମୁତାବକ ଜିଲ୍ଲା ସଭାପତି ପଦବୀ ଫାଙ୍କା ପଡିଥିଲା l ସେବେଠାରୁ କାହାକୁ ଜିଲ୍ଲା ସଭାପତି ଦାଇତ୍ୱ ମିଳିବ ସେନେଇ ଦଳରେ ବହୁ ମାନସ ମନ୍ଥନ ଦେଖିବାକୁ ମିଳୁଥିଲା । ଏହି ପଦପାଇଁ ଅନେକ ଦାବେଦାର ଥିଲେ ମଧ୍ୟ ଶେଷ ରେ ଉତର ବିଧାୟକ ଶୁଶାନ୍ତ ରାଉତ ବାଜି ମାରିଥିଲେ l

Show More
Back to top button