ସତ୍ୟଶିଖା ୨୨/୦୧/୨୦୨୧ : ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଭାରସୁଣ୍ଡି ଗାଁରୁ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ନେଇ ଶୁକ୍ରବାର ଜଣାପଡ଼ିଛି । ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୧୧ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ନେଇ ଅଭିଯୋଗ ହୋଇଛି । ୪ ଜଣ ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଛୁରା ମାଡ କରି ସୁନା ଗହଣା ଲୁଟିଛନ୍ତି ବୋଲି ସୂଚନା ମିଳିଛି । ଘଟଣାକୁ ନେଇ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ ।
ସୁନା ବ୍ୟବସାୟୀଙ୍କ ଠାରୁ ସୁନାଗହଣା ଲୁଟ ଅଭିଯୋଗ
