ସତ୍ୟଶିଖା : ୧୯.୧୨.୨୦୨୦ : ତାମିଲନାଡୁର ସିବିଆଇ ଅଫିସରୁ ୪୫ କୋଟି ଟଙ୍କାର ସୁନା ଚୋରୀ ମାମଲା ଥଣ୍ଡା ପଡିନଥିବା ବେଳେ ଏବେ ଗୁଜୁରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ପୋଲିସ କଷ୍ଟମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି ।
ଜାମନଗର ଡିଭିଜନ ର ପୋଲିସ ଅଧିକାରୀ କହିଛନ୍ତି କି ଏହି ସୁନା ଭୂଜ କଷ୍ଟମ ବଭାଗର ଥିଲା । ଯାହାକି ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ପରେ ଜାମନଗର କାର୍ଯ୍ୟାଳୟରେ ରଖା ଯାଇଥିଲା । ଏବେ ଯେତେବେଳେ ଭୂଜ କଷ୍ଟମ ବିଭାଗ ସୂୁନା ନେବାକୁ ପହଂଚିଥିଲା ସେତେବେଳେ ଜଣାପଡିଥିଲା କି ୧ କୋଟି ୧୦ ଲକ୍ଷ ଟଙ୍କାର ୨.୧୫୬.୭୨୨ ଗ୍ରାମ ସୁନା କୁଆଡେ ଉଭାନ ହୋଇ ଯାଇଛି ।
କହିରଖୁ କି ୨୦୧୨ ମସିହାରେ ସିବିଆଇର ଏକ ଟିମ୍ ଚେନ୍ନାଇ କର୍ପୋରେସନ ଲିମିଟେଡ ଦପ୍ତରରେ ଚଢାଉ କରି ୪୦୦.୫ କିଲୋଗ୍ରାମ ସୁନା ଜବତ୍ କରିଥିଲା । ଜବତ ହୋଇଥିବା ସୁନାକୁ ସିଲ୍ କରି ସିବିଆଇ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖା ଯାଇଥିଲା । ହେଲେ ଏବେ ଜଣାପଡିଛି କି ଜବତ ହୋଇଥିବା ସୁନ।।ର ୧୦୩ କେଜି ସୁନା ଗାଏବ ହୋଇଯାଇଛି ।