

ସତ୍ୟଶିଖା (ଭୁବନେଶ୍ୱର ) ୧୯.୧୨.୨୦୨୨ : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ପଣକାମାଲ ଗ୍ରାମର ୧୯ ବର୍ଷୀୟ ଯାଜ୍ଞସେନି ସାହୁଙ୍କୁ ସୈଦାଳଙ୍ଗା ଗ୍ରାମର ୧୭ ବର୍ଷୀୟ ନିରଞ୍ଜନ ସାହୁ ବଳାତ୍କାର କରିଥିଲେ। ନିରଞ୍ଜନ ସାହୁ ବଳାତ୍କାର କରିଛନ୍ତି ବୋଲି ଯାଜ୍ଞସେନି ମଦନପୁର ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ସୂଚନା ଅନୁଯାୟୀ ଗତ ୮ ଅକ୍ଟୋବର ରେ ନିରଞ୍ଜନ ଯାଜ୍ଞସେନିଙ୍କୁ ନେଇ ପାଲେଇଥିଲେ। ତାଙ୍କ ସହ ଶାରୀରିକ ସମନ୍ଧ ରଖି ଗୋଟେ ମାସ ପରେ ଯାଜ୍ଞସେନିଙ୍କୁ ତାଙ୍କ ପଣକାମାଲ ସ୍ଥିତ ଘରେ ଛାଡ଼ି ପଳେଇ ଥିଲେ। ପରେ ମୋବାଇଲ ଦ୍ଵାରା ଯୋଗାଯୋଗରେ ସେ ନିରଞ୍ଜନ ଯାଜ୍ଞସେନିଙ୍କୁ ଅଶ୍ଳୀଳ ଭାଷାର ପ୍ରୟୋଗ କରି ଜୀବନରେ ମାରିବା ଧମକ ଦେଇଥିଲେ।