ସତ୍ୟଶିଖା (ଭୁବନେଶ୍ୱର )୦୩.୧୧.୨୦୨୩ : ଓଡ଼ିଆ ଚଳଚ୍ଚିତ୍ର ମାଲ୍ୟଗିରି ପ୍ରଯୋଜକଙ୍କ ନାଁରେ ଠକେଇ ଅଭିଯୋଗ ମାମଲା। ଏନେଇ ମୁହଁ ଖୋଲିଛନ୍ତି ପ୍ରଯୋଜକ ନିରଞ୍ଜନ ନାୟକ। ନିରଞ୍ଜନଙ୍କ କହିବା ମୁତାବକ କେବେ ଆଉ କେତେ ଟଙ୍କା ଦିଆଯିବ ଏନେଇ କ୍ରିଉ ମେମ୍ବରଙ୍କ ସହ ପୂର୍ବରୁ କୌଣସି ଆଲୋଚନା ହୋଇନଥିଲା ।
ସେମାନେ ସେମାନଙ୍କ ପାରିଶ୍ରମିକ ବାବଦକୁ ୨୦ ହଜାର ଟଙ୍କା ପାଇ ସାରିଛନ୍ତି। କ୍ରିଉ ମେମ୍ବରଙ୍କୁ ଚେକ୍ ପ୍ରଦାନ କରାଯାଇଥିଲା, କିନ୍ତୁ ସେହି ଚେକଟି ବାଉନ୍ସ ହୋଇନି ବରଂ ଷ୍ଟକ୍ କରାଯାଇଛି ବୋଲି କହିଛନ୍ତି ପ୍ରଯୋଜକ । ଏବେ ଫିଲ୍ମ ହିଟ ହେବା ପରେ ଖାଲି ନାଟକ ଚାଲିଛି। ସଂସ୍ଥା ପକ୍ଷରୁ ସେମିତି କିଛି ହୋଇନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।