ସତ୍ୟଶିଖା(ନୂଆଦିଲ୍ଲୀ) ୦୯/୧୨/୨୦୨୦ : ଏଣିକି ଗ୍ରାମାଞ୍ଚଳ ହେବ ୱାଇଫାଇ । ମାଗଣାରେ ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା । ୱାଇଫାଇ ଜରିଆରେ ବ୍ୟବହାରକାରୀ ଇଣ୍ଟରନେଟ୍ ସୁବିଧା ପାଇବେ । ଏଥିପାଇଁ କେନ୍ଦ୍ର ସରକାର ପିଏମ-ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ । ପିଏମ-ବାଣୀ ଯୋଜନାରେ ସରକାର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସୁବିଧା ଯୋଗାଇଦେବେ । ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟବିନେଟ୍ ବୈଠକ ବସିଥିଲା । ବୈଠକରେ ପିଏମ-ବାଣୀ ଯୋଜନା ଲାଗୁ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଥିଲେ । ଗ୍ରାମାଞ୍ଚଳରେ ଯେପରି ଇଣ୍ଟରନେଟ୍ ସୁବିଧା ସହଜରେ ଉପଲବ୍ଧ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି ଯୋଜନା ଲାଗୁ କରାଯାଇଛି ।