

ସତ୍ୟଶିଖା (ଭୁବନେଶ୍ୱର) ୦୨/୦୧/୨୦୨୧ : ମାରୁତି ସୁଜୁକିର ମିନି ଟ୍ରକ୍ ସୁପର୍ କ୍ୟାରି ଚାରି ବର୍ଷ ପୂରଣ କରିଛି । ଇତି ମଧ୍ୟରେ ୭୦ ହଜାରରୁ ଅଧିକ ସୁପର କ୍ୟାରି ବିକ୍ରି ହୋଇଛି । ୨୦୧୬ରେ ଏହା ବଜାରକୁ ଆସିଥିଲା । ଏହି ଶକ୍ତିଶାଳୀ ମିନି ଟ୍ରକ୍ ଗ୍ରାହକମାନଙ୍କୁ ବହୁମୁଖୀ ବାଣିଜ୍ୟିକ ଆବଶ୍ୟକତା ପୂରଣ କରୁଛି । ଏହାକୁ ଇ-କମର୍ସ, କୋରିୟର, ଏଫ୍ଏମ୍ସିଜି ଏବଂ ଜିନିଷ ବିତରଣ ଏବଂ ଆହୁରି ଅନେକ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହାର ବିଏସ୍-୬ ମଡେଲ୍ ରହିଛି । ଏଥିରେ ୧୧୯୬ ସିସିର ୪ ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ରହିଛି ।