ସତ୍ୟଶିଖା(ନୂଆଦିଲ୍ଲୀ ) ୧୦.୦୧.୨୦୨୨ :କରୋନା ସଂକ୍ରମଣକୁ ନେଇ ଆଜିଠୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ବନ୍ଦ । କ୍ଲାସରୁମ୍ ପାଠପଢ଼ା ସହ ହଷ୍ଟେଲଗୁଡ଼ିକ ବନ୍ଦ କରାଯାଇଛି । ଫଳରେ ଗତକାଲି ସଂଧ୍ୟା ସୁଦ୍ଧା ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଛାଡ଼ିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ, ଗତ ୭ ତାରିଖରେ ଏନେଇ ଘୋଷଣା କରାଯାଇଥିଲା । ହେଲେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପିଲାଙ୍କ ଅନଲାଇନ କ୍ଲାସ, ଏକାଡେମିକ, ସେମି-ଏକାଡେମିକ୍, କାର୍ୟ୍ୟ କରିପାରିବେ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଆଜିଠୁ ଅଫଲାଇନ ପାଠପଢ଼ା ବନ୍ଦ କରି ଅନଲାଇନରେ ପିଲାମାନଙ୍କୁ ଶିକ୍ଷାଦାନ କରିପାରିବେ । ଗତ ଶନିବାରଠାରୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜରେ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ହେବା ସହ ଅଫଲାଇନ ଉପସ୍ଥାନ ଆରମ୍ଭ ହୋଇଛି । ୫୦% କର୍ମଚାରୀଙ୍କୁ ନେଇ ଦୈନିକ କାର୍ୟ୍ୟ ଚାଲିବ । ଶିକ୍ଷକମାନେ କଲେଜ ଆସିବା ପରିବର୍ତ୍ତେ, ଘରେ ରହି ପିଲାମାନଙ୍କ ଅନଲାଇନ୍ କ୍ଲାସ ନେବେ ।
ଆଜିଠୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ବନ୍ଦ
