

ସତ୍ୟଶିଖା( ଭୁବନେଶ୍ୱର)୧୨.୦୨.୨୦୨୨ : ବର୍ତ୍ତମାନ ରାଜ୍ୟରେ କରୋନା ମହାମାରୀର ତୃତୀୟ ଲହରର ପ୍ରକୋପ ଧିରେ ଧିରେ କମିଛି । ଏବଂ ପୁଣି ଥରେ ସ୍ଥିତି ସ୍ୱାଭାବିକ୍ ହୋଇଛି ।
ଏଭଳି ସ୍ଥିତିରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ଏବଂ ଯାହାକୁ ନେଇ ବିଏମସି ଅଞ୍ଚଳରେ ଧର୍ମାନୁଷ୍ଠାନ ଗୁଡିକ ଖୋଲିବାକୁ ନିଷ୍ପତି ନିଆଯାଇଥିଲା ।
ତେବେ ଆଜି ଠାରୁ ବିଏମସି ଅଞ୍ଚଳରେ ମନ୍ଦିର, ମସଜିଦ୍, ଚର୍ଚ୍ଚ ଆଦି ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି । କରୋନା କଟକଣା ମଧ୍ୟରେ ସାଧାରଣ ଦର୍ଶନ ଅନୁମତି ମଧ୍ୟ ରହିଛି ।
ଏପଟେ ସବୁ ଧର୍ମାନୁଷ୍ଠାନ ଗୁଡିକରେ କଡାକଡି ଭାବରେ କରୋନା ନିୟମ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଆଜି କରୋନା କଟକଣାରେ ଦର୍ଶନ ଆରମ୍ଭ ହୋଇଛି ।