
ସତ୍ୟଶିଖା (ଭଦ୍ରକ) ୨୨ /୧୨/୨୦୨୦ : କୋଭିଡ଼ କଟକଣା ମଧ୍ୟରେ ଜାନୁୟାରୀ ୩ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଦର୍ଶନ ପାଇଁ ସ୍ୱତନ୍ତ୍ର ତାରିଖ ନିର୍ଦ୍ଧାରଣ କରିଛି ପ୍ରଶାସନ । କିନ୍ତୁ ନୂଆ ବର୍ଷରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଉପରେ କଟକଣା ଲଗାଯାଇଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି ।ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠରେ ସାଧାରଣ ଦର୍ଶନ ପାଇଁ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଡିସେମ୍ବର ୨୮ ଓ ୨୯ ତାରିଖରେ ସେବାୟତଙ୍କ ସମେତ ତାଙ୍କ ପରିବାର ଲୋକେ ଦର୍ଶନ କରିପାରିବେ । ସେହିପରି ଡିସେମ୍ବର ୩୦ ଓ ୩୧ ତାରିଖରେ ଆଖପାଖ ପଞ୍ଚାୟତ ଆରଡି, ଓଳଗ, ସୁନ୍ଦରପୁର , ନାନ୍ଦପୁର ଓ ସ୍ଥାନୀୟ ଲୋକଙ୍କ ଦର୍ଶନ ପାଇଁ ସୁଯୋଗ ମିଳିବ ।
ତେବେ ଜାନୁଆରୀ ୧ ଓ ୨ରେ ମନ୍ଦିର ବନ୍ଦ ରହିବାକୁ ଥିବା ବେଳେ ପୁଣି ଜାନୁଆରୀ ୩ ତାରିଖ ଠାରୁ କୋଭିଡ କଟକଣା ମଧ୍ୟରେ ସାଧାରଣଲୋକ ବାବାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସେହିପରି ଜିଲ୍ଲାର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଜାନୁୟାରୀ ମାସ ୩ ତାରିଖରୁ କୋଭିଡ଼ କଟକଣା ମଧ୍ୟରେ ଖୋଲିବା ସହ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।