ଧର୍ମ

ଅରଖ ଫୁଲରେ ସନ୍ତୁଷ୍ଟ ହୁଅନ୍ତି ଶନିଦେବ

ସତ୍ୟଶିଖା(ଭୁବନେଶ୍ୱର) ୧୯.୦୬.୨୦୨୧:  

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଶନିଦଶାର ସାମ୍ନା କରନ୍ତି। ଶନିଦେବ ଭଲ ଓ ଖରାପ କର୍ମର ଫଳ ପ୍ରଦାନ କରିଥାନ୍ତି। ହେଲେ ଯେଉଁମାନଙ୍କ ଉପରେ ଶନିଦେବଙ୍କ କୋପ ଦୃଷ୍ଟି ପଡିଥାଏ ସେମାନେ ଶନିବାର ଦିନ କିଛି ଉପାୟ କରି ତାଙ୍କୁ ସନ୍ତୁଷ୍ଟ କରିପାରିବେ ବୋଲି ଉହାଯାଇଛି। ଆସନ୍ତୁ ସେ ବିଷୟରେ ଜାଣିବା।

ଅରଖ ଫୁଲ ଶନିଦେବଙ୍କର ଅତି ପ୍ରିୟ। ତାଙ୍କ କୃପା ପାଇବା ପାଇଁ ଶନିବାର ଦିନ ସୋରିଷ ତେଲ ସହିତ ଅରଖ ଫୁଲ ଚଢାନ୍ତୁ। ଏହାଦ୍ୱାରା ଶନିଦେବ ସନ୍ତୁଷ୍ଟ ହୁଅନ୍ତି।

ସେହିପରି ଶନିଦେବଙ୍କର ହନୁମାନ ଅତ୍ୟନ୍ତ ପ୍ରିୟ। ତେଣୁ ଶନିବାର ଶନିଦେବଙ୍କ ସହିତ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ବିଶ୍ୱାସ କରାଯାଏ ଏପରି କଲେ ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ମିଳିଥାଏ। ଏହିଦିନ ଶିବ ଚାଳିସା ଓ ହନୁମାନ ଚାଳିସା ପାଠ କଲେ ମଧ୍ୟ ସୁଫଳ ମିଳେ।

ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାର ଲୁହା କିଣିବା ଉଚିତ୍ ନୁହେଁ। ନକେତ ଶନିଦେବଙ୍କ ଅସନ୍ତୋଷର ଶିକାର ହେବାକୁ ପଡିପାରେ। କିନ୍ତୁ ଏହାକୁ ଦାନ କରିବା ଦ୍ୱାରା ଶନିଦେବ ପ୍ରଶନ୍ନ ହୋଇଥାନ୍ତି।

Show More
Back to top button