ସତ୍ୟଶିଖା( ଭୁବନେଶ୍ୱର )୨୩.୦୩.୨୦୨୨ : ଆସନ୍ତା କାଲି ପୌର ନିର୍ବାଚନ । ଏଥିନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ଆଜି ଓ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ସୂଚନାଯୋଗ୍ୟ, ଆସନ୍ତାକାଲି ପୌର ନିର୍ବାଚନ ଲାଗି ମତଦାନ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ବିଭିନ୍ନ ବୁଥ୍ ମୁହାଁ ହେବେ ପୋଲିଂ କର୍ମଚାରୀ । ଆଜି ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥରେ ପହଞ୍ଚିଯିବେ ବୋଲି ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଥିଲେ ।