ସତ୍ୟଶିଖା( ମୁମ୍ବାଇ)୧୦.୦୯ . ୨୦୨୨: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ। ସେ ତାଙ୍କ ଫିଲ୍ମ କ୍ୟାରିୟରକୁ ନେଇ ଏବେ ଲାଇମ୍ ଲାଇଟ୍ରେ ଅଛନ୍ତି। ‘ଷ୍ଟୁଡେଣ୍ଟ ଅଫ୍ଦ ଇୟର’ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଆଲିଆ ବି-ଟାଉନ୍କୁ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି। ‘ହାଇୱେ’ ଠାରୁ ‘ଗଙ୍ଗୁ ବାଇ କାଠିଆୱାଡି’ ପର୍ଯ୍ୟନ୍ତ ସେ ନିଜ ଦମଦାର ଅଭିନୟ ବଳରେ ଦର୍ଶକ ହୃଦୟରେ ରାଜ କରୁଛନ୍ତି। ଏବେ ଓଟିଟି ଓ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ରେ ଡେବ୍ୟୁ କରିବା ପରେ ତାଙ୍କ ନାଁ ବଲିଉଡର ସଫଳ ଅଭିନେତ୍ରୀଙ୍କ ଲିଷ୍ଟର ଶୀର୍ଷରେ ଅଛି। ତେବେ ଆଲିଆ ଭଟ୍ଟଙ୍କ ଏତେ ସଫଳତାକୁ ନେଇ ମୁହଁ ଖୋଲିଛନ୍ତି ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ।
ଆଲିଆଙ୍କ ଗଡ୍ ଫାଦର କରଣ, ତେଣୁ ତାଙ୍କୁ ଫିଲ୍ମ ମିଳେ: ଐଶ୍ୱର୍ଯ୍ୟା
