(ସତ୍ୟଶିଖା)ମୁମ୍ବାଇ ୧୪/୭/୨୦୨୦: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଲା କିନ୍ତୁ ଲୋକଙ୍କ ରାଗ କମିବାର ନାଁ ନେଉନାହିଁ। ସୋସିଆଲ୍ ମିଡିଆରେ ଲୋକେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଅଭିଯାନ ଚଲାଉଛନ୍ତି। ଏହି ସମୟରେ ଇଣ୍ଡଷ୍ଟ୍ରିର କେତେକ ହସ୍ତୀଙ୍କୁ ମଧ୍ୟ ଲଗାତାର ଟ୍ରୋଲ୍ କରାଯାଉଛି। ନିକଟରେ ଆଲିୟା ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ ମଧ୍ୟ କହିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଦୁଷ୍କର୍ମ ଏବଂ ଜୀବନରେ ମାରି ଦେବାକୁ ଧମକ ଦିଆ ଯାଉଛି।
ଶାହୀନ ଭଟ୍ଟ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ କିଛି ସ୍କ୍ରିନଶର୍ଟ ସେୟାର କରି କହିଛନ୍ତି ଯେ କିଭଳି ଲୋକେ ସୋସିଆଲ୍ ମିଡିଆରେ ଭଟ୍ଟ ପରିବାର ବିରୋଧରେ ଅଶ୍ଳୀଳ କଥା ଲେଖୁଛନ୍ତି। ଏହି ସ୍କ୍ରିନଶର୍ଟରେ ଶାହୀନ କିଛି ମ୍ୟାସେଜ ସେୟାର କରିଛନ୍ତି,‘କ’ଣ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି ? କାହିଁକି? ଏହା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରୁନାହିଁ।’
ଶାହୀନ ଭଟ୍ଟ ନିଜ ପୋଷ୍ଟରେ ଲେଖିଛନ୍ତି,‘ ସେ ଏବେ ସେହି ଲୋକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବେ,ଯେଉଁମାନେ ଅନଲାଇନ ଦୁଷ୍କର୍ମ ଧମକ,ଶୋଷଣ ଏବଂ ଅଶ୍ଳୀଳ ମ୍ୟାସେଜ ପଠାଉଛନ୍ତି। ଯଦି କେହି ତାଙ୍କୁ କିମ୍ବା ତାଙ୍କ ପରିବାରକୁ ଏପରି ମ୍ୟାସେଜ ପଠାଇବେ ତେବେ ତାଙ୍କୁ କ୍ଷମା କରାଯିବ ନାହିଁ। ସର୍ବ ପ୍ରଥମେ ସେ କମେଣ୍ଟ ବ୍ଲକ୍ କରିବେ ଏବଂ ଏହା ପରେ ଇନଷ୍ଟାଗ୍ରାମକୁ ଅଭିଯୋଗ କରିବେ। ସେ ଏପରି ଲୋକଙ୍କ ନାଁ ମଧ୍ୟ ସମାଜ ସାମନାରେ ରଖିବେ।’
ଶାହୀନ ଆଗକୁ ଲେଖିଛନ୍ତି,‘ ଯେଉଁମାନେ ତାଙ୍କୁ ଖରାପ ମ୍ୟାସେଜ ପଠାଇବେ,ସେ ତାଙ୍କ ନା
ସହ ସେହି ମ୍ୟାସେଜକୁ ଇଣ୍ଟରନେଟରେ ପୋଷ୍ଟ କରିବେ। ସେ ଏପରି ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ଯଦି କାହାକୁ ଲାଗୁଛି ଯେ ଏହାର ପତ୍ତା ଲଗାଯାଇପାରିବ ନାହିଁ କାରଣ ସେମାନେ ସବୁ ଫେକ୍ ଆକାଉଣ୍ଟରେ ଏସବୁ କରୁଛନ୍ତି ତେବେ ସେ କହି ଦେବାକୁ ଚାହୁଁଛନ୍ତି ଯେ ସେମାନଙ୍କ ଆଇପି ଟ୍ରାକ୍ କରାଯାଇ ପାରିବ। ଏବେ ସେମାନେ ଲୁଚି ପାରିବେ ନାହିଁ,କାହାକୁ ପ୍ରତାରିତ କରିବା ଅପରାଧ ଅଟେ।’
ଏହା ସହ ଶାହୀନ ଭଟ୍ଟ କିଛି ସଂଖ୍ୟା ସେୟାର କରିଛନ୍ତି,ଯେଉଁଥିରେ କୁହାଯାଇଛି ଯେ ଭାରତରେ ପ୍ରତି ୧୫ମିନିଟରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥାଏ। ଏହା ସହିତ ହିଁ ଶାହୀନ ଏହାକୁ ନେଇ ଇନଷ୍ଟାଗ୍ରାମକୁ ମଧ୍ୟ ଅଭିଯୋଗ କରିଛନ୍ତି।