ସତ୍ୟଶିଖା ୨୪/୧୧/୨୦୨୦ : ଆଜିକାଲି ଗ୍ରୀସ୍ରେ ଛୁଟି କାଟୁଛନ୍ତି ଅଭିନେତର ଅଲୀ ଫଜଲ୍ । ସାଥିରେ ତାଙ୍କ ବାନ୍ଧବୀ ରିଚା ଚଢ଼ା ମଧ୍ୟ ଅଛନ୍ତି । ୩୪ ବର୍ଷୀୟ ଅଲୀ ଏବେ ବଲିଉଡର ଜଣେ ଆଗଧାଡ଼ିର କଳାକାର । ମିର୍ଜାପୁର ୱେବ୍ ସିରିଜ୍ର ଗୁଡ଼୍ଡୁ ପଣ୍ଡିତର ନିଖୁଣ ଅଭିନୟ ପାଇଁ ପ୍ରଶଂସକଙ୍କର ଅଧିକ ପ୍ରିୟ ହୋଇଯାଇଛନ୍ତି ଅଲୀ । ଆଜିର ଏ ସଫଳତା ପଛରେ ଯେ କେତେ ପରିଶ୍ରମ କରିବାକୁ ପଡ଼ୁଛି, ସେସବୁ ବଖାଣିଲେ ମଧ୍ୟ କେହି ବିଶ୍ବାସ କରିବେନି ବୋଲି କହିଛନ୍ତି ଅଲୀ । ୨୦୦୯ର ସୁପରହିଟ୍ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟସ୍’ର ଏକ ଛୋଟ ଭୂମିକା ଜୟ ଲୋବୋ ଚରିତ୍ରରେ ସେ ଅଭିନୟ କରିଥିଲେ ।
ଅଲୀ ଫଜଲ୍ ୮ହଜାର ଟଙ୍କା ପାଉଣାରେ କାମ କରିଥିଲେ
