

ସତ୍ୟଶିଖା ( ଭୁବନେଶ୍ୱର ) ୨୩.୦୭.୨୦୨୦ : ଅଭିନେତ୍ରୀ ପ୍ରତିଭା ମହାରଣା , ତାଲାବନ୍ଦ ଯୋଗୁଁ ଆର୍ଥିକ ସ୍ଥିତି ବିଗିଡିବା ପରେ ଫଳ ଦୋକାନ କରି ପେଟ ପୋଷୁଛନ୍ତି ଆଲବମ ହିରୋଇନ୍ ତଥା ଯାତ୍ରା ଅଭିନେତ୍ରୀ ରିଙ୍କି । ଶହେରୁ ଉର୍ଦ୍ଧ ଆଲବମ୍ ଓ ବଡ ବଡ ଯାତ୍ରା ପାର୍ଟିରେ କାମ କରିଥିବା ଅଭିନେତ୍ରୀ ରିଙ୍କି ବର୍ତମାନ ଫଳ ବେପାର କରୁଛନ୍ତି । ତାଲାବନ୍ଦ ପାଇଁ ଯାତ୍ରା ବନ୍ଦ୍, ଆଲବମ୍ ସୁଟିଂ ବନ୍ଦ୍ ହୋଇଯିବାରୁ ନିଜର ଗୁଜୁରାଣ ମେଂଟାଇବା ପାଇଁ ଆଉ କିଛି ବାଟ ନପାଇ ରାଜଧାନୀରେ ଫଳ ବିକୁଛନ୍ତି ଅଭିନେତ୍ରୀ । ୧୦ବର୍ଷ ତଳେ ଯେବେ ଆଲବମ୍ ଦେଖିବାକୁ ଓଡିଆ ଦର୍ଶକ ପାଗଳ ପ୍ରାୟ ହେଉଥିଲେ ସେତେବେଳେ ‘ତୋ’ର ଚକଲେଟ ଖିଆ ବୟସ ଯାଇନି ପ୍ରେମ କୋଉଠୁ ଶିଖିଲୁ…ଭଳି ହିଟ୍ ଆଲବମରେ ସୁମନଙ୍କ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ସେ ଅଭିନେତା ସବ୍ୟସାଚୀ ସମେତ କିଛି ବଡ କଳାକାରଙ୍କ ନାୟିକା ଭାବେ ଆଲବମରେ ଅଭିନୟ କଲେ । ମାତ୍ର ଛୋଟ ପରଦାରେ ତିଷ୍ଠି ପାରିଲେ ନାହିଁ । ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଘର ଏରୁଣ୍ଡି ଡେଇଁବାକୁ ବାଧ୍ୟ ହେଲେ ।