ସତ୍ୟଶିଖା (ମୁମ୍ବାଇ) ୭/୧୧/୨୦୨୦ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ ଆସନ୍ତା ୯ ତାରିଖରେ ରିଲିଜ ହେବ । ଫିଲ୍ମର ଗୀତ ‘ଅବ ହାମାରୀ ବାରି’ ରିଲିଜ ହୋଇଛି । ଅକ୍ଷୟ କୁମାର ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅକ୍ଷୟ କୁମାର କିନ୍ନରଙ୍କୁ ସମର୍ଥନ କରିଛନ୍ତି । ଭିଡିଓରେ ଅକ୍ଷୟଙ୍କ ସହ କିଆରା ଆଡଭାନୀ ଓ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ମଧ୍ୟ ନଜର ଆସିଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ କିନ୍ନରଙ୍କ ଭୂମିକାରେ ଅଭିନୟ କରିଛନ୍ତି ।
ଭିଡିଓ ଜରିଆରେ ଅକ୍ଷୟ କୁମାର ଦେଶବାସୀଙ୍କୁ କିନ୍ନରଙ୍କ ପ୍ରତି ନିଜ ଦୃଷ୍ଟିକୋଣ ବଦଳାଇବାକୁ ଅପିଲ କରିଛନ୍ତି । ଭିଡିଓ ସେୟାର କରି ଅକ୍ଷୟ କୁମାର କ୍ୟାପସନରେ ଲେଖିଛନ୍ତି, ‘ଏବେ ଆମ ପାଳି, ଦୃଷ୍ଟି ନ ପଡିବ ବୋଲି ବହୁତ ଟିକା ଲଗାଇଲୁ କିନ୍ତୁ ଦୃଷ୍ଟିକୋଣ ବଦଳାଇବା ଟିକା ଲଗାଇବା ପାଳି ଆସିଛି । ଲିଙ୍ଗ ପ୍ରତି ରୂଢିବାଦ କୁ ଭାଙ୍ଗି ନାଲି ବିନ୍ଦି ସହ କିନ୍ନରଙ୍କୁ ସମର୍ଥନ କରିବା । ସମାନ ପ୍ରେମ ଓ ସମ୍ମାନ ପାଇଁ ଛିଡା ହେବା ।’