ରାଜ୍ୟ
ଆକାଶ ପାଠକ ଙ୍କ ରିମାଣ୍ଡର ଅବଧି ସମାପ୍ତ ପୁଣି ଜେଲ୍ ରେ


ସତ୍ୟଶିଖା (ଭୁବନେଶ୍ୱର) ୨୧.୧୨.୨୦୨୦ : ଜେଲ ଗଲେ ଆକାଶ ପାଠକ । ଠକେଇ ଅଭିଯୋଗରେ ଆକାଶ ଗିରଫ ହୋଇଥିଲେ । କମିଶନରେଟ୍ ପୋଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲେ । ସୋମବାର ରିମାଣ୍ଡ ଅବଧି ଶେଷ ହୋଇଛି । ପୁଣି ତାଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି । ରିମାଣ୍ଡ ଅବଧି ଶେଷ ହେବା ପରେ କମିଶନରେଟ୍ ପୋଲିସ ତାଙ୍କୁ ଝାରପଡା ଜେଲକୁ ପଠାଇଥିଲେ ।
ଟାଟା ମୋଟର୍ସର ଏମଡିର ପରିଚୟ ଦେଇ ସ୍କାଏକିଙ୍ଗ ଟ୍ରାଭେଲସ୍ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ । ଲକ୍ଷାଧିକ ଟଙ୍କା ବାକି ରହିଥିବା ସୂଚନା କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା । ସଂପୃକ୍ତ ସଂସ୍ଥା ମଧ୍ୟ ଆକାଶ ପାଠକଙ୍କ ବିରୋଧରେ ଅଭିଯୋଗ କରିଥିଲେ ।