ସତ୍ୟଶିଖା( ଭୁବନେଶ୍ୱର )୧୭.୦୨.୨୦୨୨ : ଆଇଏଫଏସ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ମିଳିଲା ବେଲ୍ । ଗତ ୧୪ ମାସ ହେଲା ସେ ଜେଲରେ ରହିଆସୁଥିଲେ । ତେବେ ଆକାଶ ପାଠକଙ୍କୁ ୫ ଲକ୍ଷ ଟଙ୍କା ଏବଂ ୨ ଜଣ ଜାମିନଦାର ବଦଳରେ ବେଲରେ ଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ ୨୦୨୦ ନଭେମ୍ବର ୨୮ରେ ଆକାଶ ପାଠକ ଗିରଫ ହୋଇଥିଲେ । ସେହିପରି ଆକାଶ ପୂର୍ବରୁ ୫ଟି ମାମଲାର ଜାମିନ ପାଇସାରିଥିବା ବେଳେ ଶେଷରେ ଆଜି ତାଙ୍କୁ ବେଲ୍ ମିଳିଛି । ଆକାଶଙ୍କୁ ଜାମିନ ପାଇଁ ହାଇକୋର୍ଟ କେତେକ ସର୍ତ୍ତ ରଖିଛନ୍ତି ।
ସେ କୌଣସି ସାକ୍ଷୀଙ୍କ ସଂସ୍ପର୍ଶରେ ଆସିବେ ନାହିଁ କିମ୍ବା ତାଙ୍କ ବିରୋଧରେ ଥିବା ପ୍ରଣାମକୁ ନଷ୍ଟ କରିବା ଲାଗି ଚେଷ୍ଟା କରିବେ ନାହିଁ । ଏହି ମାମଲା ସହିତ ପ୍ରତ୍ୟେକ୍ଷ ହେଉ ଅବା ପରୋକ୍ଷ ଭାବେ ଜଡିତ କୌଣସି ବ୍ୟକ୍ତିଙ୍କୁ ପ୍ରଭବାିତ କରିବେ ନାହିଁ । ଟ୍ରାଏଲ୍ କୋର୍ଟରେ ପ୍ରତ୍ୟେକ ଶୁଣାଣିରେ ହାଜର ହେବେ । ଅଦାଲତଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ ।