ଅଜିତ ମଙ୍ଗରାଜ ମା’ଙ୍କର ପରଲୋକ

ସତ୍ୟଶିଖା(ଭୁବନେଶ୍ୱର) ୧୭.୦୪.୨୦୨୧ ପିପିଲି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିବାର ଚାରିଦିନ ପରେ ତାଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜଙ୍କର ପରଲୋକ ଘଟିଛି। ଅଜିତ ମଙ୍ଗରାଜ ଅସୁସ୍ଥ ଥିଲେ ଏବଂ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯିବାପରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ବିୟୋଗ ପରେ ପିପିଲି ଉପନର୍ବିାଚନକୁ ସ୍ଥଗିତ ରଖାଯାଇଛି। ସବୁଠାରୁ ଦୁଃଖର ବିଷୟ ଯେ ଅଜିତ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହେବାପରେ ତାଙ୍କ ମା’ ମଧ୍ୟ ହୃଦରୋଗର ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ। ତେବେ ସେଠାରେ ସେ ମଧ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଥିଲା ଏବଂ ତାଙ୍କର ଫୁସଫୁସ ଅତିମାତ୍ରରେ ସଂକ୍ରମିତ ହୋଇସାରିଥିବା ପରୀକ୍ଷାରୁ ଜଣାପଡିଥିଲା। ଶେଷରେ ସେ ସ୍ଥାନୀୟ ଏକ ହସପିଟାଲରେ ଆଖି ବୁଜିଛନ୍ତି।

Exit mobile version