ଦେଶନ୍ୟୁଜ୍ମନୋରଞ୍ଜନସିନେମା

ପାନାମା ପେପର୍ସ ଲିକ୍‌ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ୍‌

ସତ୍ୟଶିଖା(ମୁମ୍ବାଇ) ୨୦.୧୨.୨୦୨୧:  ଆଇନ୍‌ ଜାଲରେ ଫଶିଲେ ପୂର୍ବତନ ବିଶ୍ୱ ସୁନ୍ଦରୀ। ପାନାମା ପେପର୍ସ ଲିକ୍‌ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ  ଇଡିର ସମନ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା ଲାଗି ସମନ ପଠାଇଛି।

ପାନାମା ପେପର୍ସ ଲିକ ଘଟଣାରେ ବଚ୍ଚନ ପରିବାରର ଚିନ୍ତା ବଢ଼ି ଚାଲିଛି।  ଏହି ସମନର ଉତ୍ତର ଦେବା ପାଇଁ ଆଜି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦିଲ୍ଲୀ ଇଡି ଅଫିସରେ ହାଜର ହୋଇଥା’ନ୍ତେ।  ଦିଲ୍ଲୀର ଲୋକନାୟକ ଭବନରେ ସେ ହାଜର ହୋଇଥାନ୍ତେ। କିନ୍ତୁ ସେ ଆଜି ଇଡିରେ ହାଜର ହେବାକୁ ମନା କରିଦେଇଛନ୍ତି। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛନ୍ତି। ତେବେ ଖୁବ୍‌ଶୀଘ୍ର ଇଡି ଐଶ୍ୱର୍ଯ୍ୟାଙ୍କୁ ପୁଣି ଏକ ନୂଆ ସମନ ପଠାଇବ ବୋଲି କହିଛି।

ସୂଚନା ମୁତାବକ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଡକାଯାଇଥିଲା, କିନ୍ତୁ ଉଭୟ ଥର ସେ ନୋଟିସକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ପାନାମା ପେପର ଲିକ୍ ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳକୁ ସେ ଏହି ଅନୁରୋଧ କରିଥିଲେ।

Show More
Back to top button