

ସତ୍ୟଶିଖା( ଭୁବନେଶ୍ୱର)୧୩.୦୪.୨୦୨୨ ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ । ଭୁବନେଶ୍ବରର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି କହିଛନ୍ତି ଯେ, ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ।
୭୪ ବର୍ଷରେ ପାଦ ଥାପିଲା ରାଜଧାନୀ । ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଲମ୍ବା ଯାତ୍ରା ଭିତରେ ବଦଳିଛି ଅନେକ କିଛି । ଟେମ୍ପଲ ସିଟିରୁ ସ୍ମାର୍ଟ ସିଟି, ରିକ୍ସା ଠାରୁ ମୋ ବସର ଯାତ୍ରା, ମାଟି ରାସ୍ତାରୁ ରାଜପଥ । ଦୀର୍ଘ ୭୪ ବର୍ଷର ଲମ୍ବା ଯାତ୍ରା । ଏଥିପାଇଁ ସଜେଇ ହୋଇଛି ଭୁବନେଶ୍ବର । ବଡ ବଡ ସରକାରୀ ଅଫିସଠୁ ନେଇକି ବଜାର ଆଉ ରାସ୍ତାଘାଟ ସବୁଠି ଆଲୋକମାଳା ।
ସଜେଇ ହୋଇଛି ବିଧାନସଭା, ସଚିବାଳୟ ରେଳ ଷ୍ଟେସନ ଆଉ ଏୟାରପୋର୍ଟ । ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ବର ଏବେ ଅତ୍ୟାଧୁନିକ । ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ । ଆଜି ଭୁବନେଶ୍ବରର ପ୍ରତିଷ୍ଠା ଦିବସରେ ସବୁଠି ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହେଉଛି ।