

ସତ୍ୟଶିଖା(ଭୁବନେଶ୍ୱର )୧୪.୧୧.୨୦୨୨: ଦେଶ ତଥା ରାଜ୍ୟରେ ବାୟୁ ପ୍ରଦୂଷଣ ମାତ୍ରା ବଢିବାର ଲାଗିଛି । ଫଳରେ ଦେଶର ରାଜଧାନୀ ଦିଲ୍ଲୀର ସ୍ଥିତି ବର୍ତ୍ତମାନ ଗମ୍ଭିର ରହିଛି । ତେବେ କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ୧୩୨ ସହର ପ୍ରଦୂଷିତ ବାୟୁ କବଳରେ ରହିଛି , ଯେଉଁଥିରେ ଓଡିଶା ମଧ୍ୟ ସାମିଲ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୭ଟି ସହରରେ ବର୍ତ୍ତମାନ ବାୟୁରମାନ ଖରାପ ସ୍ଥିତିରେ ରହିଛି । ଯାହାକି ସେହି ସହରବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ତେବେ ଓଡିଶାର ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା ଏବଂ କଳିଙ୍ଗନଗର ଆଦି ସହରରେ ବାୟୁର ମାନ ଖରାପ ହୋଇ ପଡିଛି । ରାଜଧାନୀ ଭୁବନେଶ୍ୱରରେ ବାୟୁର ମାନ ବର୍ତ୍ତମାନ ୧୫୩ ରହିଥିବା ବେଳେ କଳିଙ୍ଗନଗରରେ ଏହା ୧୨୦ ରହିଛି, ଯାହାକି ୧୦୦ ଭିତରେ ରହିବା ଆବଶ୍ୟକ।
ସୂଚନା ଅନୁଯାୟୀ ,ଭୁବନେଶ୍ୱରର ବାୟୁ ପ୍ରଦୂଷଣର ହାର ସ୍ୱାଭାବିକ୍ ଠାରୁ ୩୬ ପ୍ରତିଶତ ଅଧିକ ରହିଥିବା ବେଳେ ଅନୁଗୋଳରେ ଏହା ୨୮ ପ୍ରତିଶତ ଅଧିକ ରହିଛି । ସେହିପରି କଟକରେ ୨୭ ପ୍ରତିଶତ ରାଉରକେଲାରେ ୪୧ ଏବଂ ତାଳଚେରରେ ୪୫ ପ୍ରତିଶତ ଉପରେ ରହିଛି, ବାୟୂ ପ୍ରଦୂଷଣ ହାର । ଯାହାଫଳରେ ଏହି ସହରରେ ବସବାସ କରୁଥିବା ଲୋକମାନଙ୍କର ଶ୍ୱାସ ଜନିତ ସମସ୍ୟା ଦେଖା ଦେବା ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇପାରେ ବୋଲି କୁହାଯାଉଛି ।