ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୦/୨୦୨୦ : ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ କରୁଥିଲେ ସତର୍କ ହୋଇ ଯାଆନ୍ତୁ । ଏଣିକି ପ୍ରଦୂଷଣ କଲେ ୫ କୋଟି ଟଙ୍କା ଜରିମାନା ଗଣିବାକୁ ପଡ଼ିବ । କେବଳ ଏତିକି ନୁହେଁ, ୫ ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ବାୟୁ ପ୍ରଦୂଷଣ ବଢ଼ୁଥିବା ଯୋଗୁ ସରକାର ଏକ କମିଶନ ଗଠନ କରିଛନ୍ତି । ଏହି କମିଶନରେ ଇସ୍ରୋ ପ୍ରତିନିଧି ମଧ୍ୟ ସାମିଲ ହେବେ । ଏହି କମିଶନ ଇପିସିଏର ସ୍ଥାନ ନେବ। କମିଶନର ହେଡକ୍ବାଟର ରହିବ ଦିଲ୍ଲୀରେ ।
ବାୟୁ ପ୍ରଦୂଷଣ ହେଲେ ହୋଇପାରେ ୫ ବର୍ଷ ଜେଲ ଓ ଜରିମାନା ୫ କୋଟି ଟଙ୍କା ଦେବାକୁ ହେବ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି
