ବାୟୁ ପ୍ରଦୂଷଣ ହେଲେ ହୋଇପାରେ ୫ ବର୍ଷ ଜେଲ ଓ ଜରିମାନା ୫ କୋଟି ଟଙ୍କା ଦେବାକୁ ହେବ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି

ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୦/୨୦୨୦ : ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ କରୁଥିଲେ ସତର୍କ ହୋଇ ଯାଆନ୍ତୁ । ଏଣିକି ପ୍ରଦୂଷଣ କଲେ ୫ କୋଟି ଟଙ୍କା ଜରିମାନା ଗଣିବାକୁ ପଡ଼ିବ । କେବଳ ଏତିକି ନୁହେଁ, ୫ ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ବାୟୁ ପ୍ରଦୂଷଣ ବଢ଼ୁଥିବା ଯୋଗୁ ସରକାର ଏକ କମିଶନ ଗଠନ କରିଛନ୍ତି । ଏହି କମିଶନରେ ଇସ୍ରୋ ପ୍ରତିନିଧି ମଧ୍ୟ ସାମିଲ ହେବେ । ଏହି କମିଶନ ଇପିସିଏର ସ୍ଥାନ ନେବ। କମିଶନର ହେଡକ୍ବାଟର ରହିବ ଦିଲ୍ଲୀରେ ।କେନ୍ଦ୍ର ସରକାର ଦିଲ୍ଳୀ ଏନସିଆର, ହରିଆଣା, ପଞ୍ଜାବ, ରାଜସ୍ଥାନ ଓ ୟୁପିର ପ୍ରଦୂଷଣକୁ ନଜରରେ ରଖି ଏହି କମିଶନ ଗଠନ ହୋଇଛି । ଏହା ବାୟୁ ପ୍ରଦୂଷଣ ରୋକିବା, ସମାଧାନ କରିବା ଓ ଏହା ଉପରେ ନଜର ରଖିବା କାମ କରିବ । ଏଥିରେ ଚେୟାରପସର୍ନଙ୍କ ସହ କେନ୍ଦ୍ର ସରକାର, ଏନିସିଆରର ରାଜ୍ୟ ପ୍ରତିନିଧି, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଇସ୍ରୋରର ପ୍ରତିନିଧି ରହିବେ ।
ପ୍ରଦୂଷଣ ଲଢ଼େଇକୁ ନେଇ ଅନେକ ଅଭିଯାନ ଚାଲିଛି । ଏହା ପରେ ମଧ୍ୟ ଏହାକୁ ଅନେକ ନଜର ଅନ୍ଦାଜ କରୁଛନ୍ତି । ଏହାକୁ ନେଇ ଦିଲ୍ଲୀ ସରକାର ଗ୍ରୀନ ଦିଲ୍ଲୀ ଆପ୍ ବି ଆଣୁଛନ୍ତି । କେବଳ ଏତିକି ନୁହେଁ ଆଗକୁ ଦୀପାବଳି ଆସୁଥିବାରୁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ମଧ୍ୟ ଆଦେଶ ଯେ ଦିଳ୍ଲୀର ବାୟୁକୁ ଦୂଷିତ କରା ନ ଯାଉ । ଆବଶ୍ୟକ ନ ଥିଲେ ବାଣ ଫୁଟାଇବା ଦରକାର ନାହିଁ ଓ ପ୍ରଦୂଷଣ କମ୍ ଦିଗରେ ସାହାଯ୍ୟ କରିବାକୁ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ।