ସତ୍ୟଶିଖା (ନୂଆଦିଲ୍ଲୀ) ୨୧.୧୨.୨୦୨୦ : ଚଳିତ ଆର୍ଥିକ ବର୍ଷ ସରକାର ପୁଞ୍ଜି ପ୍ରତ୍ୟାହାର ବାବଦରେ ୨ ଲକ୍ଷ ୧୦ ହଜାର କୋଟି ଟଙ୍କା ସଂଗ୍ରହ କରିବେ ବୋଲି ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥିରେ ଏୟାର ଇଣ୍ଡିଆ ଭଳି ସରକାରୀ କମ୍ପାନିକୁ ବିକ୍ରି କରି ସରକାର ଲକ୍ଷ୍ୟ ହାସଲ ପାଇଁ ଆଶାବାଦୀ ରହିଥିଲେ । କିନ୍ତୁ ଇତିମଧ୍ୟରେ ଆର୍ଥିକ ବର୍ଷ ଶେଷହେବାକୁ ଆଉ ୩ ମାସ ୧୦ ଦିନ ରହିଛି । ତେଣୁ ଏତେ କମ୍ ସମୟ ମଧ୍ୟରେ ଏୟାର ଇଣ୍ଡିଆର ବିକ୍ରି ପ୍ରକ୍ରିୟା ଶେଷ ହେବାର ଆଶା କ୍ଷୀଣ ଭଳି ମନେହେଉଛି । ବିକ୍ରି ପ୍ରକ୍ରିୟା ଯଦି ସଫଳ ହୁଏ ତାହେଲେ ଏହା ଆସନ୍ତା ଆର୍ଥିକ ବର୍ଷ ହିଁ ହେବ ବୋଲି ଅନୁମାନ କରାଯାଉଛି । ଏୟାର ଇଣ୍ଡିଆ ପାଇଁ ସରକାର ଆହ୍ବାନ କରିଥିବା ଆଗ୍ରହ ପ୍ରଦର୍ଶନ ( ଇଓଆଇ) ପାଇଁ ଶେଷ ତାରିଖ ଡିସେମ୍ବର ୧୪ ରହିଥିଲା ।
୨୦୨୦-୨୧ରେ ଏୟାର ଇଣ୍ଡିଆର ଘରୋଇକରଣ ଆଶା କ୍ଷୀଣ
