ଜୀବନମନ୍ତ୍ରନ୍ୟୁଜ୍ଶିକ୍ଷା
ଘୁଞ୍ଚିଲା U.G.C-NET ପରୀକ୍ଷା l


ସତ୍ୟଶିଖା (ଭୁବନେଶ୍ୱର) ୧୫ .୦୯.୨୦୨୦ : ଘୁଞ୍ଚିଲା U.G.C-NET ପରୀକ୍ଷା । ସେପ୍ଟେମ୍ବର ୧୬ରେ ହେବାକୁ ଥିବା U.G.C-NET ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା N.T.A ।
ପରବର୍ତ୍ତୀ ପରୀକ୍ଷା ତାରିଖ ସ୍ଥିର ହେଲେ ଆଡମିଟ୍ କାର୍ଡ଼ ବିବରଣୀ ugc.nta.nic.inରେ ଉପଲବ୍ଧ ହେବ । ସେହିଭଳି ସେପ୍ଟେମ୍ବର ୧୬, ୧୭, ୨୨ ଓ ୨୩ରେ N.T.Aର ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ସବୁ ପରୀକ୍ଷା ବାବଦରେ ମଧ୍ୟ N.T.A ବିଜ୍ଞପ୍ତି ପ୍ରକାଶ କରିବ ବୋଲି କୁହାଯାଇଛି । ସାରା ଦେଶରେ କରୋନା ପରିସ୍ଥିତିକୁ ଦେଖି ପରୀକ୍ଷା ଘୁଞ୍ଚାଇବାକୁ ପୂର୍ବରୁ ଦାବି ହୋଇ ଆସୁଥିଲା ।