ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ

ସତ୍ୟଶିଖା( ଭୁବନେଶ୍ୱର )୨୧.୦୭ . ୨୦୨୨:  ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ। ଦିନକରେ ଆଉ ୧୧୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୬୯,ସଙ୍ଗରୋଧରୁ ୬୯୯,ସ୍ଥାନୀୟ ୪୯୭। ୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୪, ବାଲେଶ୍ୱର ୧୯, ବରଗଡ ୧୨, ଭଦ୍ରକ ୧୨, ବଲାଙ୍ଗୀର ୧୫, ବୌଦ୍ଧ ୧୬, କଟକ ୧୦୯, ଦେଓଗଡ ୩, ଢେଙ୍କାନାଳ ୩, ଗଜପତି ୬, ଗଞ୍ଜାମ ୨, ଜଗତସିଂହପୁର ୧୫, ଯାଜପୁର ୨୮, ଝାରସୁଗୁଡା ୩୩, କଳାହାଣ୍ଡି ୬, କନ୍ଧମାଳ ୫, କେନ୍ଦ୍ରାପଡା ୧୧,କେନ୍ଦୁଝର ୧୪, ଖୋର୍ଦ୍ଧା ୩୧୨, କୋରାପୁଟ ୯, ମୟୁରଭଞ୍ଜ ୧୦୨, ନବରଙ୍ଗପୁର ୧୨, ନୟାଗଡ ୩୬, ପୁରୀ ୨୭, ରାୟଗଡା ୧୯, ସମ୍ବଲପୁର ୭୦, ସୋନପୁର ୫୨, ସୁନ୍ଦରଗଡ ୧୭୪,ଷ୍ଟେଟ ପୁଲରୁ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୩,୧୯୧କୁ ବୃଦ୍ଧି ପାଇଛି। ୧୨,୮୬,୯୧୫ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭,୦୯୩ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Show More
Back to top button