ଦେଶନ୍ୟୁଜ୍

ପୁଣି ଗଡିଲା ମେଟ୍ରୋ , ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବାଧ୍ୟତାମୂଳକ

ସତ୍ୟଶିଖା : ୭ .୦୯.୨୦୨୦ :    ମେଟ୍ରୋ  ଟ୍ରେନ୍  ଆଜିଠାରୁ ପୁଣି ଥରେ ଗଡିଛି । ସକାଳ ୭ଟାରେ ସମୟପୁର ବଦଲିରୁ ହୁଡ୍ଡା ସିଟି ସେଂଟର ଗଡିଛି ଟ୍ରେନ୍ ।      ୪୯ କିଲୋମିଟର ୟେଲୋ ଲାଇନ ଉପରେ ଏହି ଟ୍ରେନ୍ ଯାତ୍ରା କରିଛି । ଏହି ରୁଟରେ ୩୭ ଷ୍ଟେସନ ରହିଛି । ସେଗୁଡିକ ମଧ୍ୟରୁ ୨୦ଟି ଷ୍ଟେସନ ଅଂଡରଗ୍ରାଉଣ୍ଡରେ ଥିବାବେଳେ ୧୭ଟି ଷ୍ଟେସନ ଉପରେ ରହିଛି । ଏହି ରୁଟରେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ଟାରୁ ୮ ଟା ପର୍ଯ୍ୟନ୍ତ ଟ୍ରେନ୍ ଚାଲିବ । ଅର୍ଥାତ ସକାଳେ ୪ ଘଂଟା ଓ ସନ୍ଧ୍ୟାରେ ୪ ଘଂଟା ଚାଲିବ । ପାଂଚ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୨ ପରେ ଅନ୍ୟ ରୁଟରେ ସମସ୍ତ ସୁରକ୍ଷାକୁ ନଜରରେ ରଖି ମେଟ୍ରୋ ସେବା ଚାଲୁ ହେବ । ମେଟ୍ରୋରେ ଯାତ୍ରା କରିବା ପାଇଁ ଡିଏମଆରସି ଗାଇଡଲାଇନ ଜାରି କରିଛି । ଏଥିରେ କୌଣସି କାରଣ ନ ଥାଇ ଯାତ୍ରା ନକରିବା ପାଇଁ ଓ  ଯାତ୍ରା ସମୟରେ କାହା ସହ  କଥା ନହେବାକୁ  କୁହାଯାଇଛି ।   ସମସ୍ତ ଯାତ୍ରୀ ୧୫  ରୁ  ୩୦  ମିନିଟ  ପର୍ଯ୍ୟନ୍ତ  ସମୟ ପୂର୍ବରୁ ଯାତ୍ରା କରିବାକୁ କୁହାଯାଇଛି ।  ଯାତ୍ରା ସମୟରେ ୩୦ ମିିଲିଲିଟରରୁ ଅଧିକ  ସାନିଟାଇଜର  ନେବାକୁ  ଅନୁମତି  ଦିଆଯାଇ ନାହିଁ ।  ସମସ୍ତ ଯାତ୍ରୀଙ୍କୁ ମୋବାଇଲରେ ଆରୋଗ୍ୟ ସେତୁ  ଆପ୍  ଡାଉନଲୋଡ  କରିବାକୁ କୁହାଯାଇଛି । ଯାତ୍ରୀମାନେ ସାଥିରେ ସ୍ମାର୍ଟ କାର୍ଡ ନେଇ ଯାତ୍ରା କରିବାକୁ କୁହାଯାଇଛି । ଷ୍ଟେସନରେ ଟୋକନ ଉପଲବ୍ଧ ହେବ ନାହିଁ ।

Show More
Back to top button