ସତ୍ୟଶିଖା (ସୁନ୍ଦରଗଡ) ୧୫/୧୨/୨୦୨୦ : ଭିଜିଲାନ୍ସ ଜାଲରେ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ରେଡ୍ ହୋଇଛି । ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ରେଡ୍ ଜାରି ରହିଛି । ତେବେ ରେଡ୍ ଚାଲିଥିବା ସ୍ଥାନଗୁଡିକ ହେଉଛି- ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଏଡିବି କଲୋନୀ କ୍ବାର୍ଟର ନଂ-7, , ଦେବଗଡ଼ର କେନ୍ଦୁଘାଟସ୍ଥିତ ଫାର୍ମ ହାଉସ, ଦେବଗଡ଼ର ତାବଡ଼ସ୍ଥିତ ପୈତୃକ ଘର, ଅନୁଗୁଳ ଟାଉନସ୍ଥିତ ଶଶୁର ଘର, ଦେବଗଡ଼ ଟାଉନସ୍ଥିତ ସମ୍ପର୍କୀୟଙ୍କ ଘର ରହିଛି ।
