ନ୍ୟୁଜ୍ମନୋରଞ୍ଜନସିନେମା

ପୁଣି ଆଲିୟା-ରଣବୀର ସିଂହ ଯୋଡ଼ି

ସତ୍ୟଶିଖା(ଭୁବନେଶ୍ୱର )୧୪.୧୧.୨୦୨୨:  ୨୦୧୯ ମସିହାରେ ‘ଗଲି ବୟ’ ଫିଲ୍ମରେ ଅଭିନେତା ରଣବୀର ସିଂହଙ୍କ ସହ ନଜର ଆସିଥିଲେ ଆଲିୟା ଭଟ୍ଟ । ପିଲ୍ମରେ ଉଭୟଙ୍କ ଯୋଡ଼ିକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । ତା’ର ଚାରିବର୍ଷ ପରେ ପୁଣିଥରେ ଏହି ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇବେ । କରନ ଜୋହରଙ୍କ ଅପକମିଙ୍ଗ ଫିଲ୍ମ ‘ରକି ଔର ରାନୀ କୀ ପ୍ରେମ କାହାନି’ରେ ଆଲିୟା ରଣବୀରଙ୍କ ବିପକ୍ଷରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ନିକଟରେ କରନ ଫିଲ୍ମର ରିଲିଜ ଡେ଼ଟ ଘୋଷଣା କରିଛନ୍ତି ।

କରନଙ୍କ ଘୋଷଣା ଅନୁସାରେ, ଫିଲ୍ମଟି ଆସନ୍ତାବର୍ଷ ଫେବ୍ରୁଆରୀ ବଦଳରେ ଏପ୍ରିଲରେ ମୁକ୍ତିଲାଭ କରିବ । କରନ୍ ମଧ୍ୟ ତା’ର ନିଦେ୍ର୍ଧଶନା ଦେଉଛନ୍ତି । ଫିଲ୍ମଟି ଗୋଟିଏ ଫ୍ୟାମିଲି ଡ଼୍ରାମା ହୋଇଥିବା ବେଳେ ଆଲିୟା ଦମଦାର ଭୂମିକାରେ ନଜର ଆସିବେ । ‘ରକି ଔର ରାନୀ କୀ ପ୍ରେମ କାହାନି’ର କାହାଣୀକୁ ଇଶିତା ମୋଇତ୍ର, ଶଶାଙ୍କ ଖୈତାନ୍ ଏବଂ ସୁମିତ ରୟ ରଚନା କରିଛନ୍ତି ।

Show More
Back to top button