ସତ୍ୟଶିଖା( ଭୁବନେଶ୍ୱର )୧୧.୦୮ . ୨୦୨୨: ଚଳିତ ମାସର ପ୍ରଥମ ଲଘୁଚାପ ଏବେ ଅବପାତର ରୂପ ନେଇ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିବା ସତ୍ତ୍ବେ ରାଜ୍ୟ ସାରା ତୁହାକୁ ତୁହା ବର୍ଷା ଅବ୍ୟାହତ ରହିଛି। ଏବେ ପୁଣି ଆଉ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହା ଫଳରେ ଆସନ୍ତା ୨୦ ତାରିଖ ଯାଏଁ ବର୍ଷାରୁ ନିସ୍ତାର ମିଳିବନି। ସପ୍ତାହକରେ ସମ୍ଭାବ୍ୟ ଆଉ ଦୁଇଟି ଲଘୁଚାପ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଣିବା ଆଶଙ୍କା ବଢିଛି। ଗୋଟିଏ ଆସନ୍ତା ୧୩ ଓ ଅନ୍ୟଟି ୧୭ରେ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଲଘୁଚାପ ଦ୍ବାରା ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ୧୪ ଓ ୧୭ ତାରିଖରେ ଅତିପ୍ରବଳ ବର୍ଷା ହୋଇପାରେ।
ଚଳିତ ମାସର ପ୍ରଥମ ଲଘୁଚାପରେ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ଯୋଗୁଁ ବର୍ଷା ବିତ୍ପାତ ପରିସ୍ଥିତି ଉପୁଜିଥିଲା। ଜଳମଗ୍ନ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି କି ନାହିଁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆଉ ଦୁଇ ସମ୍ଭାବ୍ୟ ଲଘୁଚାପ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୪ ଓ ୧୫ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଭୁବନେଶ୍ବର ଓ କଟକ ସହର ସମେତ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ବର୍ଷା ପରିମାଣ ବୃଦ୍ଧି ପାଇବ।