ହକିରେ ବ୍ରୋଞ୍ଜ ବିଜୟ ପରେ ବୁର୍ଜ ଖଲିଫା ସାମ୍ନାରେ ଉତ୍ସବ ମନାଇଲେ ପ୍ରବାସୀ ଓଡ଼ିଆ

ସତ୍ୟଶିଖା(ନୂଆଦିଲ୍ଲୀ) ୦୭.୦୮ .୨୦୨୧: ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳର ବ୍ରୋଞ୍ଜ ବିଜୟ ପରେ ଏବେ ସାରା ଦେଶ ଉତ୍ସବମୂଖର ହୋଇପଡିଛି । ଓଡ଼ିଶା ସରକାର ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଭାବେ ଦାୟିତ୍ୱ ନିଜେ ନେଇଥିଲେ । ୫ ବର୍ଷ ପାଇଁ ହକି ଇଣ୍ଡିଆକୁ ୧୦୦ କୋଟି ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲେ । ଏହାରି ଭିତରେ ଭାରତର ଜିତପଟକୁ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ପରସ୍ପରକୁ ମିଠା ଖୁଆଇ ବିଶ୍ୱର ସବୁଠାରୁ ଉଚ୍ଚ଼ ଅଟ୍ଟାଳିକା ବୁର୍ଜ ଖଲିଫା ସାମ୍ନାରେ ଉତ୍ସବ ମନାଇଛନ୍ତି । ବୁର୍ଜ ଖଲିଫା ସାମ୍ନାରେ ହାତରେ ତ୍ରିରଙ୍ଗା ସହ ଚକ ଦେ ଇଣ୍ଡିଆ ନାରା ଦେଇ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ପ୍ରବାସୀ ଓଡ଼ିଆମାନେ କହିଛନ୍ତି ଯେ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଆଉ ଏହା ଏକ ଉତ୍ସବ ଭଳି ଅବସର ଯୋଗାଇଥିବାରୁ ଏହାକୁ ପାଳନ କରାଯାଉଛି ।

Exit mobile version