ନ୍ୟୁଜ୍

ଡଙ୍ଗା ପାଇଁ ରାସ୍ତାରୋକ,ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଜୋର ଧରିଲା ଦାବି l

ସତ୍ୟଶିଖା ( ପଟ୍ଟାମୁଣ୍ଡାଇ ) ୩୦ .୦୮.୨୦୨୦ :    ଡଙ୍ଗା ପାଇଁ ରାସ୍ତାରୋକ । ପଟ୍ଟାମୁଣ୍ଡାଇ ବ୍ଲକ ମଦନପୁର ଦାଣ୍ଡି ଗାଁ ଲୋକେ ଅବରୋଧ କଲେ ରାସ୍ତା । ପାଣି ଘେରରେ ଥିବା ଲୋକମାନଙ୍କ ଉଦ୍ଧାର କରିବାକୁ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ ।

ଶନିବାରଠାରୁ କିଛି ମହିଳା ପାଣି ଘେରରେ ରହିଯାଇଥିବା ନେଇ ଅଭିଯୋଗ କରିଥିଲେ । ତେବେ ଡଙ୍ଗା ଯୋଗାଇ ନଦେବାରୁ ରାସ୍ତାକୁ ଓହ୍ଲାଇଲେ ଲୋକେ । ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟ ରାସ୍ତା ମଦନପୁରଠାରେ ଟାୟାର ଜାଳି ଅବରୋଧ କରିଛନ୍ତି ।

Show More
Back to top button