ଦେଶରାଜନୀତିରାଜ୍ୟ

ଲଦ୍ଦାଖ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସତ୍ୟଶିଖା ୩୦/୧୨/୨୦୨୦ : ଚୀନ ସହ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଲଦ୍ଦାଖ ବିବାଦର ଏ ସମାଧାନ ବାହାରିପାରିନାହିଁ । ସେଠାରେ ଯଥାସ୍ଥିତି ବଜାୟ ରହିଛି । ଯଦି କୌଣସି ଦେଶ ବିସ୍ତାରବାର ନୀତି ଆପଣାଇବା ତାହା ହେଲେ ଏହାର କଡା ଜବାବ ଦିଆଯିବ । ଚୀନ ସହିତ ଏବେ ବି ଆଲୋଚନା ଜାରି ରହିଛି । ଖୁବଶୀଘ୍ର ଆଉ ଏକ ସୈନ୍ୟସ୍ତରୀୟ ବୈଠକ ହେବ । ଚୀନ ସହ ସୀମା ବିବାଦ ବହୁତ ଦିନର ହୋଇଥିବାରୁ ଏହାର ଶୀଘ୍ର ସମାଧାନ ହେବା ଦରକାର ବୋଲି କହିଛନ୍ତି ରାଜନାଥ ।ଡିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ‘ଡବ୍ଲୁଏମ୍‌ସିସି’ ବୈଠକ ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା କି, ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଯଥା ଶୀଘ୍ର ପରବର୍ତ୍ତୀ ତଥା ୯ମ ପର୍ଯ୍ୟାୟ ବରିଷ୍ଠ କମାଣ୍ଡର୍‌ମାନଙ୍କ ବୈଠକ ବସିଲେ ଉଭୟ ପକ୍ଷ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ କାର୍ଯ୍ୟ ଆରମ୍ଭ କରିବେ।

Show More
Back to top button