ବାତ୍ୟା ପରେ ପୁଣି ଚଳଚଞ୍ଚଳ ପାରାଦୀପ ବନ୍ଦର

ସତ୍ୟଶିଖା( ପାରାଦୀପ) ୨୭.୦୫.୨୦୨୧: ପାରାଦୀପ ବନ୍ଦରରେ ପୁଣି ଆରମ୍ଭ ହେଲା ପଣ୍ୟ ପରିବହନ କାର୍ଯ୍ୟ । ବାତ୍ୟା ୟାସ୍‌କୁ ନେଇ ଗତ ୨୫ତାରିଖରୁ ବନ୍ଦର ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖିଥିଲେ କର୍ତ୍ତୃପକ୍ଷ ।

ଖବର ଅନୁଯାୟୀ, ପାରାଦୀପ ପ୍ରତି ବାତ୍ୟା ୟାସର ବିପଦ ଟଳିଯିବା ପରେ ବୁଧବାର ସଂଧ୍ୟା ସମୟରୁ ଟ୍ରକ ଓ ଟ୍ରେନର ପରିବହନ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିପରି ଗୁରୁବାର ଦିନ ସକାଳ ସମୟରୁ ପୁଣି ଥରେ ସିପିଂ କାର୍ଯ୍ୟ ଆରମ୍ଭ ହୋଇଛି। ବାତ୍ୟାକୁ ଦୄଷ୍ଟିରେ ରଖି ଯେଉଁ ଜାହାଜ ଗୁଡ଼ିକୁ ଆଙ୍କ୍ରେଜ ଏରିଆରେ ରଖା ଯାଇଥିଲା ସେ ସବୁ ଜାହାଜ ଗୁଡ଼ିକୁ ପୂର୍ବ ଭଳି ବନ୍ଦର ଭିତରକୁ ଅଣାଯାଇ ପରିବହନ କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ବନ୍ଦର ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି ।

Exit mobile version