

ସତ୍ୟଶିଖା (ପାରାଦୀପ) ୨୩ /୧୨/୨୦୨୦ : ବାରମ୍ବାର ଦୁଷ୍କର୍ମ କରି ନାବାଳିକାଙ୍କୁ ଗର୍ଭବତୀ କରାଇବା ଅଭିଯୋଗରେ ଟ୍ୟୁସନ ମାଷ୍ଟ ଗିରଫ । କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାଠ ପଢାଇବା ନାଁରେ କରୁଥିଲେ ଯୌନ ଶୋଷଣ । ମଙ୍ଗରାଜପୁର ଗାଁର ଜୈନକ ଘରୋଇ ଟିଉସନ୍ ମାଷ୍ଟର ନାବାଳିକା ଛାତ୍ରୀକୁ ଦୁଷ୍କର୍ମ କରିବା ସହ ଗର୍ଭବତୀ କରାଇବା ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର।
ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ମଙ୍ଗରାଜପୁର ଗାଁର ଜୈନକ ବ୍ୟକ୍ତି ଟିଉସନ୍ କରି ଆସୁଥିବା ବେଳେ ଛାତ୍ରୀ ଜଣଙ୍କ ତାଙ୍କ ପାଖରେ ଟିଉସନ୍ ହେବାକୁ ଯାଉଥିଲେ । ତେବେ ସଂପୃକ୍ତ ଟିଉସନ୍ ମାଷ୍ଟର ଜଣକ ତାକୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ପରିବାରଲୋକ ଅଭିଯୋଗ କରିଥିଲେ । ଘଟଣା ସଂପର୍କରେ କାହାକୁ କିଛି କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ତେବେ ଛାତ୍ରୀ ଜଣକ ଭୟରେ କାହାରିକୁ କହିନଥିଲେ ।
ତେବେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ଜାଣି ମଙ୍ଗଳବାର ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଥିଲେ । ଛାତ୍ରୀଙ୍କୁ କୁଜଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ଗ୍ରାମବାସୀ । ଛାତ୍ରୀ ଜଣଙ୍କ ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ପରିବାର ପକ୍ଷରୁ ସମ୍ପୃକ୍ତ ଶିକ୍ଷକଙ୍କ ନାଁରେ ଏତଲା ଦିଆଯାଇଥିଲା । ଏତଲା ଆଧାରରେ କୁଜଙ୍ଗ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।