ନ୍ୟୁଜ୍

ରାଜଧାନୀ ଉପକଣ୍ଠରେ ହରିଣ ଶିକାର ପରେ ହେଉଛି ମାଂସ ବିକ୍ରି l

ସତ୍ୟଶିଖା ୪.୦୯.୨୦୨୦: ହରିଣ ଶିକାର କରି ବନ୍ଧା ହେଲେ ଦୁଇ ଶିକାରୀ । ସେହିପରି ହରିଣ ମାଂସ କିଣିବାକୁ ଯାଇ ପୁଲିସ ହାତରେ ଧରାପଡିଛନ୍ତି ୯ ଜଣ ଗ୍ରାହକ । ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲରୁ ୨ ଶିକାରୀ ଓ ୯ ଗ୍ରାହକଙ୍କୁ ଗିରଫ କରିଛି ବନ ବିଭାଗ ଓ ଚନ୍ଦକା ପୁଲିସର ମିଳିତ ଟିମ । ଏଥିସହ ହରିଣ ମାଂସ, ହରିଣ ଛାଲ ସହ ହରିଣ ଶିକାରରେ ବ୍ୟବହୃତ ହୋଇଥିବା ଦେଶୀ ବନ୍ଧୁକ ଜବତ କରିଛି ବନ ବିଭାଗ ।

ଗତକାଲି ହରିଣ ଶିକାର କରି କିଛି ଲୋକ ଚନ୍ଦକା ଜଙ୍ଗଲରେ ମାଂସ ଭାଗ କରୁଥିବା ଖବର ପାଇ ଚଢାଉ କରିଥିଲା ବନବିଭାଗ ଓ ଚନ୍ଦକା ପୁଲିସର ମିଳିତ ଟିମ୍ । ସେଠାରୁ ୨ ଶିକାରୀ ସମେତ ୧୧ ଗ୍ରାହକ ଗିରଫ ହୋଇଛନ୍ତି ।

Show More
Back to top button