ସତ୍ୟଶିଖା ୧୩/୦୧/୨୦୨୧ : କୋଭାସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍ ଟିକା । ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଂଚିଲା କୋଭାକ୍ସିନ ଟିକା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଦେଶୀ ଟିକା କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନର ୨୦ହଜାର ଭାଏଲ ରାଜ୍ୟରେ ପହଂଚିଛି । ଟିକାକୁ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି । ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ । ଟିକାର ଗୋଟେ ସିସି ୧୬ଜଣଙ୍କୁ ଦିଆଯାଇ ପାରିବ । ସେପଟେ ପୁନେରୁ ଭୁବନେଶ୍ୱର କୋଭିସଲ୍ଡ ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ଏନେଇ ଆସନ୍ତୁ ଜାଣିବା କେଉଁ ଜିଲ୍ଲାକୁ କେତେ ଟିକା ପଠାଯାଇଛି ।
କୋଭିସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍ ଟିକା । ଜାଣନ୍ତୁ କେଉଁ ଜିଲ୍ଲାକୁ ଗଲା କେତେ ଡୋଜ
