ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୦୨/୨୦୨୧ : ଗ୍ୟାସ ଉପଭୋକ୍ତାଙ୍କ ଖରାପ ଖବର । ତୈଳ କମ୍ପାନୀମାନେ ବଜେଟ ପରେ ଗ୍ୟାସ୍ ଦାମ୍ରେ ବୃଦ୍ଧି କରିଛନ୍ତି । ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ ଏଲ୍ପିଜି ବିତରଣ କମ୍ପାନୀ ଏହି ଦାମ୍ ବୃଦ୍ଧି କରିଛି । ଇଣ୍ଡେନ୍ ଗ୍ୟାସ୍ ଫେବୃଆରୀ ୪ତାରିଖରୁ ବର୍ଦ୍ଧିତ ଦର ଲାଗୁ ହୋଇଛି । ଇଣ୍ଡେନ୍ ଓ୍ୱେବସାଇଟ୍ ଅନୁସାରେ ସବ୍ସିଡ଼ି ଗ୍ୟାସ୍ ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୨୫ଟଙ୍କା ବଢିଛି । କିନ୍ତୁ ବାଣିଜିକ୍ୟ ଗ୍ୟାସ୍ ସିଲିଣ୍ଡର ଦାମ୍ରେ ୬ଟଙ୍କା ବୃଦ୍ଧି ପାଇଛି ।
ତେବେ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପରେ ଏବେ ଦିଲ୍ଲୀ ସିଲିଣ୍ଡର ଦାମ୍ ୭୧୯ଟଙ୍କା ହୋଇଛି । ଏହି ସିଲିଣ୍ଡରର ଦାମ୍ ଜାନୁଆରୀ ମାସରେ ୬୯୪ଟଙ୍କା ଥିଲା , କିନ୍ତୁ ଏବେ ଏହାର ଦାମ୍ ବଢିଛି । ପ୍ରାୟତଃ ଗ୍ୟାସ୍ କମ୍ପାନୀମାନେ ମାସର ପ୍ରଥମ ତାରିଖରେ ଗ୍ୟାସ୍ ସିଲିଣ୍ଡର ଦାମ ବୃଦ୍ଧି କି ହ୍ରାସ କରାଯାଇଥାଏ । କିନ୍ତୁ ଏବେ କିଛି ଦିନ ତଳେ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପିତ ହୋଇଥିବାରେ ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ କରାଯାଇଛି ।