ଅକ୍ଷୟ କୁମାରଙ୍କ ‘ରାମ ସେତୁ’ ଦେଖି ଟ୍ୱିଟରରେ ରିଭ୍ୟୁ ଦେଲେ ଦର୍ଶକ

ସତ୍ୟଶିଖା( ଭୁବନେଶ୍ୱର )୨୬.୧୦.୨୦୨୨:  ଅକ୍ଷୟ କୁମାରଙ୍କ ଆକ୍ସନ୍-ଆଡଭେଞ୍ଚର୍ ଫିଲ୍ମ ‘ରାମ ସେତୁ’ ସିନେମାଘରେ ରିଲିଜ୍ ହୋଇଛି। ଦୀପାବଳି ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। କିଛି ଲୋକ ଏହାକୁ ଅକ୍ଷୟ କୁମାରଙ୍କ ଶ୍ରେଷ୍ଠ ଫିଲ୍ମ କହୁଥିବାବେଳେ ଆଉ କିଛି ଇଣ୍ଟରଭାଲ୍ ପୂର୍ବରୁ ଏହା କୌଣସି ଡକ୍ୟୁମେଣ୍ଟାରୀ ପରି ଦେଖାଯାଉଥିବା କହୁଛନ୍ତି। ପ୍ରଥମ ଦିନର ପ୍ରଥମ ଶୋ’ ଦେଖିବା ପରେ ବାହାରକୁ ଆସିଥିବା ଦର୍ଶକ କହିଛନ୍ତି ଯେ ଫିଲ୍ମର ଭିଏଫଏକ୍ସ ବହୁତ ଭଲ ନୁହେଁ। କିନ୍ତୁ ଅଣ୍ଡର ୱାଟର ସିନ୍ ଭଲ ହୋଇଛି। ଅଧିକାଂଶ ଦର୍ଶକ ଏହା ମଧ୍ୟ କହିଛନ୍ତି ଯେ ଇଣ୍ଟରଭାଲ୍ ପରେ ଫିଲ୍ମ ଅଧିକ ମଜାଦାର ହୋଇଛି। ଅଭିଷେକ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଓପନିଂଗ୍ ଡେ’ରେ ଆଡଭାନ୍ସ ବୁକିଂରୁ ଅଧିକ ଲାଭ ପାଇନାହିଁ। ଏହାର ଏକ ମୁଖ୍ୟ କାରଣ ହେଉଛି, ଦୀପାବଳି ପରଦିନ ସକାଳେ ଥକ୍କାପଣ ହେତୁ ଲୋକମାନେ ସିନେମା ହଲକୁ ଯିବାକୁ ଚାହୁଁ ନାହାଁନ୍ତି। ଦ୍ୱିତୀୟ କଥା ହେଉଛି ମଙ୍ଗଳବାର ଦିନ ସୂର‌୍ୟ୍ୟପରାଗ ହେତୁ ସେମାନେ ଘରୁ ବାହାରକୁ ଯିବାକୁ ମଧ୍ୟ ଏଡ଼ାଉଛନ୍ତି।

Exit mobile version