ନ୍ୟୁଜ୍ରାଜ୍ୟ

କେରଳ ଓ କର୍ଣ୍ଣାଟକ ପରେ ଓଡିଶାରେ ପାଦ ଥାପିଲା ଟମାଟୋ ଫ୍ଲୁ, ୨୦ ଶିଶୁ ଆକ୍ରାନ୍ତ !

ସତ୍ୟଶିଖା(କଟକ )୧୪.୦୫.୨୦୨୨ :  କେରଳ ଓ କର୍ଣ୍ଣାଟକ ପରେ ଓଡିଶାରେ ପାଦ ଥାପିଲା ଟମାଟୋ ଫ୍ଲୁ ଆତଙ୍କ । କଟକ ବୟାଳିଶମୌଜା ଅଞ୍ଚଳରେ ଚିହ୍ନଟ ହେନ୍ଥିବା ଜଣାପଡିଛି । ତେବେ ଶିଶୁମାନଙ୍କ ଜଂଘ ଓ ଅନ୍ୟାନ୍ୟ ଜାଗାରେ ଲାଲ ଫୋଟକା ଭଳି ଫଳିଯାଉଥିବା ସହ ଜ୍ୱର ଛାଡୁନାହିଁ । ୫ ବର୍ଷରୁ କମ୍ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ତେବେ ଏହି ଟମାଟୋ ଫ୍ଲୁ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅନ୍ୟପଟେ ଏ ସମ୍ପର୍କରେ ପ୍ରଶାସନ ପାଖରେ କୌଣସି ସୂଚନା ନଥିବା କୁହାଯାଇଛି । ବୟାଳିଶମୌଜା ସରିଚୁଆଁ ପଞ୍ଚାୟତର କଳପଡା, ବେଣ୍ଟକାର, କୁଳସରିଚୁଆଁ ଭଳି ପ୍ରାୟ କିଛି ଗାଁରେ ଶିଶୁଙ୍କ ଠାରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଛି । ସେମାନେ ସମସ୍ତେ ୫ ବର୍ଷରୁ କମ୍ ।

ଶିଶୁଙ୍କ ଛଡା ଅନ୍ୟ କାହା ଠାରେ ଏଭଳି ରୋଗ ଦେଖାଯାଇନାହିଁ । ଏପରିକି ପରିବାର ଲୋକେ ଆକ୍ରାନ୍ତ ଶିଶୁର ଯତ୍ନ ନେଉଥିଲେ ମଧ୍ୟ ସେମାନଙ୍କୁ ସଂକ୍ରମଣ ବ୍ୟାପୁନାହିଁ । ତେଣୁ ହାଡଫୁଟି ବା ମିଳିମିଳି ନୁହେଁ ବୋଲି ଲୋକେ ସ୍ପଷ୍ଟ ହୋଇସାରିଛନ୍ତି ।

Show More
Back to top button