୫ ଦିନର ଅପରେସନ୍‌ ସଫଳ, ପଥର ଚିରି ରାହୁଲଙ୍କୁ କାଢ଼ିଲେ

ସତ୍ୟଶିଖା(ରାୟପୁର   )୧୫.୦୬. ୨୦୨୨ :  ସରିଲା ଅପରେସନ୍‌। ୫ ଦିନ ପରେ ବୋରୱେଲ୍‌ ଭିତରୁ ଉଦ୍ଧାର ହେଲେ ୧୦ ବର୍ଷର ବାଳକ ରାହୁଲ ସାହୁ। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସୁଡଙ୍ଗ କରି ବୋରୱେଲ୍‌ରୁ ରାହୁଲଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପ୍ରାଥମିକ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ତାଙ୍କୁ ଗ୍ରୀନ୍‌ କରିଡର ମାଧ୍ୟମରେ ଲାଇଫ୍‌ ସପୋର୍ଟ ଆମ୍ୱୁଲାନ୍ସରେ ବିଳାସପୁର ହସ୍ପିଟାଲ୍‌କୁ ନିଆଯାଉଛି। ଆଜକୁ ୫ ଦିନ ତଳେ ଛତିଶଗଡ଼ ରାଜ୍ୟ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁରେ ରାହୁଲ ପ୍ରାୟ ୮୦ ଫୁଟ୍‌ ବୋରୱେଲ୍‌ ଗାତ ଖସି ପଡ଼ିଥିଲେ। ଏହି ଖବର ପ୍ରକାଶ ପାଇବା ପାଇଁ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍ ଓ ଜିଲ୍ଲା ପ୍ରଶାସନ ଆସିଥିଲା। ରାହୁଲଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଥିଲା ଚ୍ୟାଲେଞ୍ଜପୂର୍ଣ୍ଣ। କାରଣ ବୋରୱେଲ୍‌ ପାର୍ଶ୍ୱରେ ଖୋଳା ଯାଇଥିବା ସୁଡଙ୍ଗରେ ପଡ଼ିଥିଲା ପଥର। ଉଦ୍ଧାରକାରୀ ଦଳ ପଥରକୁ କାଟି ଭିତରେ ପଶିଥିଲେ। ୫ ଦିନର ଅପରେଶନରେ ବୋରୱେଲ୍‌ ପାର୍ଶ୍ୱରେ ସୁଡଙ୍ଗ କରି ରାହୁଲ୍‌ଙ୍କୁ ଉଦ୍ଧାର କରିଥିଲା।

Exit mobile version