ସତ୍ୟଶିଖା (କଟକ) ୦୨/୦୧/୨୦୨୧ : ଦୀର୍ଘ ୯ମାସ ପରେ ଖୋଲିଲା ଏସସିବି ଚକ୍ଷୁ ବିଭାଗ ଓଟି । ନୂଆବର୍ଷର ପ୍ରଥମ ଦିନରେ ଆଜି ୧୫ଟି ଅସ୍ତ୍ରୋପଚାର କରାଯାଇଛି । ଚକ୍ଷୁ ବିଭାଗ ତଥା ବର୍ହିବିଭାଗରେ କୋଭିଡ୍ ଆଇସୋଲେସନ୍ ସେଣ୍ଟର ଓ ଏବେ କୋଭିଡ୍ ହସ୍ପିଟାଲ କରାଯାଇଥିବାରୁ ଚକ୍ଷୁ ବିଭାଗ ଓଟିରେ ତାଲା ଝୁଲୁଥିଲା । ଯାହାଫଳରେ ଇଏନ୍ଟି ବିଭାଗ ଓଟିରେ ଚକ୍ଷୁ ବିଭାଗର ଛୋଟଛୋଟ ଅସ୍ତ୍ରୋପଚାର କରାଯାଉଥିଲା । କିନ୍ତୁ ମୋତିଆବିନ୍ଦୁ, ଗ୍ଲୁକୋମାଠାରୁ ଆରମ୍ଭ କରି ଅନ୍ୟସବୁ ବଡ ଅସ୍ତ୍ରୋପଚାର ବନ୍ଦ ରହିଥିଲା ।
କରୋନା ପାଇଁ ଏସ୍ସିବି ବର୍ହିବିଭାଗ ତଥା ଚକ୍ଷୁବିଭାଗ କୋଠାକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଥିଲା । ଫଳରେ ସେହି କୋଠାରେ ଥିବା ବର୍ହିବିଭାଗ, ଚକ୍ଷୁବିଭାଗକୁ ସ୍ଥାନାନ୍ତର କରାଯିବା ସହ ଚକ୍ଷୁ ବିଭାଗ ଓଟିରେ ତାଲା ପକାଇ ଦିଆଯାଇଥିଲା ।
୯ମାସ ପରେ ଖୋଲିଲା ଏସସିବି ଚକ୍ଷୁ ବିଭାଗ ଓଟି
