ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲିବ ସିନେମା ହଲ୍

ସତ୍ୟଶିଖା ୦୧/୦୧/୨୦୨୧ :  ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲିବ ସିନେମା ହଲ୍ । ସରକାରଙ୍କ ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ମାଲିକମାନେ ହଲକୁ ସାନିଟାଇଜ୍ କରିବା ସହ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା କରିଛନ୍ତି । ହେଲେ, କୋଭିଡ୍ କମି ନଥିବାରୁ ଦର୍ଶକ ଆସିବେ କି ନାହିଁ ତାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ମାଲିକ । ଅନ୍ୟପଟେ, ବର୍ତମାନ କୌଣସି ସିନେମା ରିଲିଜ୍ ହେଉନଥିବାରୁ କେଉଁ ସିନେମାକୁ ଚଲାଇବେ ତାକୁ ନେଇ ବି ଚିନ୍ତାରେ ପଡିଛନ୍ତି ।

Exit mobile version